Sunday 11 February 2018

Joint Biennial Conference of Aska Division concluded successfully on 11.02.2018.

The Joint Divisional Biennial Conference of AIPEU, Group-C and Postman & MTS, Aska Division concluded successfully on 11.02.2018.

Com. B Samal,  Circle Secretary , AIPEU, Group-C, Odisha Circle addressed the Conference as Chief Speaker.

A new set of office bearers was elected unanimously.

Com. B Simanchal PatraGadadhar, Com.B K Path,I and Com Bulu Sethi were elected as the Divisional President, Secretary and Financial Secretary respectively for the ensuing session.

AIPEU, Group-C, Odisha Circle congratulates the new set of office bearers.







ଆସିକା -  ତା 11-02-2018 – ନେସନେଲ ଫେଡ୍ରେସନ ଅଫ ପୋଷ୍ଟାଲ ଏପ୍ଲୋଇଜ୍ ଅନୁବନ୍ଧିତ ଅଖିଳ ଭାରତୀୟ ଡାକ କର୍ମଚାରୀ ସଂଘ ତୃତୀୟ ଶ୍ରେଣୀ ପୋଷ୍ଟମେନ ଓ ଏମ.ଟି.ଏସ ଆସିକା ଡାକ ମଣ୍ଡଳର ର ଯୁଗ୍ମ ଦ୍ଵୀବାର୍ଷିକ ଅଧିବେଶନ ଅଶୋକା କନଫେରନ୍ସ ହଲ୍ ରେ ଅନୁଷ୍ଠିତ  ହୋଇଯାଇଛି I ଏଥିରେ ସ୍ଥାନୀୟ ନିରଞ୍ଜନ ମହିଳା ମହାବିଦ୍ୟାଳୟର ପ୍ରିନସିପାଲ ଡ. ବିଜୟ କୁମାର ମହାରଣା ସମ୍ମାନିତ ଅତିଥି ରୂପେ ଯୋଗଦେଇ ବର୍ତ୍ତମାନର ଉଦାରିକରଣ, ଘରୋଇକରଣ ଓ ଭୂମଣ୍ଡଳିକରଣ ଅବସ୍ଥାରେ ଶ୍ରମିକ ସଂଗଠନ ଗୁଡିକର ଭୂମିକା ଉପରେ ଅଲୋକପାତ କରିଥିଲେ I ସରକାରଙ୍କର କ୍ରମବର୍ଦ୍ଧିଷ୍ଣୁ କର୍ମଚାରୀ ଓ ଶ୍ରମିକ ମାରଣ ନୀତି ର ତିବ୍ର ନିନ୍ଦା କରିବା ସଙ୍ଗେ ସଙ୍ଗେ ଡାକ କର୍ମଚାରୀ ମାନଙ୍କର ନାୟୋଚିତ ଦାବୀ ଗୁଡିକ ସରକାର ଶିଘ୍ର ପୂରଣ କରିବା ଉଚିତ ବୋଲି ମତବ୍ୟକ୍ତ କରିଥିଲେ I ଏଥିରେ ରାଜ୍ୟସ୍ତରୀୟ ସଂପାଦକ ଶ୍ରୀ ବୃହସ୍ପତୀ ସାମଲ ଯୋଗଦେଇ କର୍ମଚାରୀ ମାନଙ୍କର ବିଭିନ୍ନ ଦାବୀ ପୁରଣ ରେ ସରକାରଙ୍କର ଅହେତୁକ ଅବହେଳା ଏବଂ ପ୍ରତିଶୃତି ପାଳନ ରେ ବ୍ୟର୍ଥତାର ତିବ୍ର ନିନ୍ଦା କରିଥିଲେ I ପନ୍ଦର ଦଫା ଦାବୀ ନେଇ ନୁଆଁଦିଲ୍ଲୀ ରେ ଫେବୃଆରୀ ବାର ରୁ ଶୋହଳ ତାରିଖ ପାଞ୍ଚ ଦିନିଆ ଧାରଣା କାର୍ଯ୍ୟକ୍ରମ ପରେ ଯଦି ସରକାର ଦାବୀ ଗୁଡିକ ନ ମାନନ୍ତି ତାହାହେଲେ ଆଗାମୀ ଦିନରେ ଧର୍ମଘଟର ଚେତାବନୀ ଦେଇଥିଲେ I ମଣ୍ଡଳ ସ୍ତରର ତୃତୀୟ ଶ୍ରେଣୀ ସଂପାଦକ ବସନ୍ତ କୁମାର ପାଠୀ ଦୁଇହଜାର ଷୋହଳ ଜାନୁଆରୀ ମାସରୁ କର୍ମଚାରୀ ମାନଙ୍କର ପ୍ରୟ ପଚିଶି ଲକ୍ଷ ଗସ୍ତ ଖର୍ଚ୍ଚ ବିଲ୍ ଗୁଡିକ ମଞ୍ଜୁର ନ ହୋଇ ପଡିଥିବାରୁ କର୍ମଚାରୀ ମାନେ ଆର୍ଥିକ ଅନାଟନ ର ସମ୍ପୁଖୀନ ହୋଇଛନ୍ତି ବୋଲି କ୍ଷୋଭ ପ୍ରକାଶ କରିଥିଲେ I ତତ୍ ସଙ୍ଗେ ସଙ୍ଗେ ଡାକଘର ମାନଙ୍କରେ ନିମ୍ନ ମାନର କମ୍ପୁଟର ଉପକରଣ ଯୋଗାଣ ଏବଂ ତାହାର ରକ୍ଷଣାବେକ୍ଷଣ ର ଅଭାବ ତଥା ଲିଙ୍କ୍ ନ ରହିବା କିମ୍ବା ଧିର କନେକ୍ଟଭିଟ୍ ସମସ୍ୟା ଯୋଗୁଁ ଡାକ କର୍ମଚାରୀ ମାନେ ଅଯଥା ରୋଷର ଶିକାର ହେଉଛନ୍ତି ବୋଲି ମତ ପ୍ରକାଶ କରି ତାହାର ତୁରନ୍ତ ସମାଧାନ ଦାବୀ କଲେ I ତତ୍ ସଙ୍ଗେ ସଙ୍ଗେ ଡାକ ଘରେ କର୍ମଚାରୀ ମାନଙ୍କର ଅଭାବ ଯୋଗୁଁ, ଜନସାଧାରଣ ଉତ୍ତମ ସେବା ପାଉନାହାଁନ୍ତି ଏପରି କି କର୍ମଚାରୀ ମାନେ ସେମାନଙ୍କ ଆବଶ୍ୟକ ସମୟରେ ଛୁଟିରେ ଯାଇପାରୁ ନାହାଁନ୍ତି I ଗ୍ରାମୀଣ ଡାକ ସେବକ ସଂଘ ର ସଂପାଦକ ରଜନୀକାନ୍ତ ଗନ୍ତାୟତ ଏଥିରେ ଯୋଗଦେଇ ଗ୍ରାମୀଣ ଡାକସେବକ ମାନଙ୍କର ଦରମା ନିର୍ଦ୍ଧାରମ କମିଟିର ଅହେତୁକ ବିଳମ୍ଭ ଯୋଗୁଁ କ୍ଷୋଭ ପ୍ରକାଶ କରିଥିଲେ I ଏହି ଅଧିବେଶନରେ ବି. ସୀମାଞ୍ଚଳ ପାତ୍ର, ବସନ୍ତ କୁମାର ପାଠୀ, ବୁଲୁ ସେଠୀ ଯଥାକ୍ରମେ ତୃତୀୟ ଶ୍ରେଣୀ ସଂଘ ରେ ସଭାପତି, ସଂପାଦକ ଓ କୋଷାଧ୍ୟକ ନିର୍ବାଚିତ ହୋଇଥିଲେ I ପୋଷ୍ଟମ୍ୟାନ ସଂଘ ର ସଭାପତି, ସଂପାଦକ,କୋଷାଧ୍ୟକ ଯଥାକ୍ରମେ ଶଚିଦାନନ୍ଦ ସାହୁ, ଅବନୀକୁମାର ଭୂୟାଁ ଏବଂ ହେରେମ୍ବୋ ବେହେରା ନିର୍ବାଚିତ ହୋଇଥିଲେ I ଏହି ଅଧିବେଶନ ରେ ଆସିକା ମଣ୍ଡର ର ଶତାଧିକ କର୍ମଚାରୀ ଯୋଗ ଦେଇଥିଲେ I

No comments:

Post a Comment